ଫେଡ଼ୋରା ପରିଷଦ ସହ ଯୋଗାଯୋଗ

ଫେଡ଼ୋରା ପରିଷଦ ଦୁଇଟି ଡାକ ତାଲିକା ବ୍ୟବହାର କରେ |

council-discuss (ପୂର୍ବରୁ "board-discuss") ହେଉଛି ଏକ ଜନସାଧାରଣ ତାଲିକା | ସ୍ଵାକ୍ଷରକରଣ, ଅଭିଲେଖାଗାର ପରି ସମସ୍ତଙ୍କ ପାଇଁ ଖୋଲା | ଏହିଁ ତାଲିକା ହେଉଛି ଫେଡ଼ୋରା ପରିଷଦର ମୁଖ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ, ଏବଂ ଏହି ତାଲିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୌଣସି ଏକ ନିଷ୍ପତ୍ତିରେ ପହଁଞ୍ଚିବା ଅଥବା ସେହି ବିଷୟଟିକୁ ଏକ ଅଧିକ ଯଥାଯୋଗ୍ୟ ସ୍ଥାନକୁ ପ୍ରତିନିଧିତ୍ବ କରିବା | ଉଦାହରଣ ସ୍ୱରୂପ, ଯନ୍ତ୍ରବିଦ୍ୟା-ବିନିର୍ଦ୍ଧିଷ୍ଟ ବିଷୟଗୁଡିକୁ ପରିଷଦ-ଆଲୋଚନାରେ କିଛି ମନ୍ତବ୍ୟ ମିଳିପାରେ, devel ତାଲିକାକୁ ପଠା ଯିବା ପୂର୍ଵରୁ, ଯେଉଁଠାରେ ପୂର୍ଣ୍ଣାଙ୍ଗ ଆଲୋଚନା ହେବ |

council-private ହେଉଛି ଏକ ବ୍ୟକ୍ତିଗତ ତାଲିକା | ଏହାର ସଦସ୍ୟତା କେବଳ ବର୍ତମାନର ପରିଷଦର ସଦସ୍ୟମାନଙ୍କ ଯାଏଁ ସୀମିତ, ଏବଂ ଏହାର ଅଭିଲେଖାଗାର ବ୍ୟକ୍ତିଗତ ଅଟେ | ଏହି ତାଲିକା କେବଳ ସେହି ବିଷୟ ମାନଙ୍କର ଆଲୋଚନା ପାଇଁ ବ୍ୟବହାର କରାଯାଏ ଯେଉଁମାନଙ୍କୁ ଜନସାଧାରଣ ତାଲିକାରେ ଆଲୋଚନା କରା ଯାଇ ପାରିବ ନାହିଁ |

ପରିଷଦ ସଦସ୍ୟମାନେ irc.freenode.net#fedora-council IRC ଚ୍ୟାନେଲ ରେ ମଧ୍ୟ ଉପସ୍ଥିତ ଅଛନ୍ତି

ଯଦି ଆପଣଙ୍କ ପାଖରେ କୌଣସି ସମସ୍ୟା ଅଛି ଯାହା ଉପରେ ପରିଷଦ କାମ କରି ପାରିବ, ତେବେ ଆପଣ ପରିଷଦ Pagure ଦୃଷ୍ଟାନ୍ତ ଠାରେ ଏକ ଟିକେଟ ଖୋଲିପାରିବେ | ଏହା ଏକ ଜନସାଧାରଣ ସମସ୍ୟା ଖୋଜାଳି | କିନ୍ତୁ , ଯଦି ଆପଣଙ୍କ ପାଖେ ଏକ ନିର୍ଦ୍ଧିଷ୍ଟ ଗୋପନତା- କିମ୍ବା ସୁରକ୍ଷା-ସମ୍ବେଦନଶୀଳ ସମସ୍ୟା ଅଛି ତେବେ ଆପଣ Private ବାକ୍ସକୁ ବାଛି ପାରିବେ ଯେତେବେଳେ ଆପଣ ଟିକେଟ ନିର୍ମାଣ କରିବେ | ଯଦି କୌଣସି ସମସ୍ୟା ସମ୍ବେଦନଶୀଳ ନୁହେଁ ତେବେ ଆଲୋଚନା ଖୋଲାରେ, ଜନସାଧାରଣ Pagure ଦୃଷ୍ଟାନ୍ତ କିମ୍ବା ପରିଷଦ-ଆଲୋଚନା ତାଲିକାରେ ହେବ ଉଚିତ |