ଆଚରଣ ବିଧି

ଫେଡ଼ୋରା ପରିଷଦ ସଂଗଠିତ ହୋଇଛି ସମସ୍ତ ବିଶ୍ୱର ପେସାଦାର ଏବଂ ସ୍ବେଚ୍ଛାସେବୀମାନଙ୍କୁ ନେଇ, ଯେଉଁମାନେ ଡିଷ୍ଟ୍ରୀବ୍ୟୁସନର କୋଡ଼ିଙ୍ଗରୁ ଆରମ୍ଭ କରି ପ୍ରଚାରପ୍ରସାର ଆଦି ସମସ୍ତ ଦୃଷ୍ଟିକୋଣ ଉପରେ କାମ କରିଥାନ୍ତି। ବିବିଧତା ହେଉଛି ଆମର ଏକ ସର୍ବବୃହତ ଶକ୍ତି, କିନ୍ତୁ ଏହା ଯୋଗାଯୋଗ ଅସୁବିଧା ଏବଂ ଅସୁଖୀ ମଧ୍ୟ କରିପାରେ। ଏହାକୁ ସମାପ୍ତ କରିବା ପାଇଁ ଆମେ କିଛି ପ୍ରାଥମିକ ନିୟମ କରିଛୁ ଯେଉଁଗୁଡ଼ିକୁ ଲୋକମାନେ ପ୍ରକଳ୍ପର ସମ୍ବଳ ବ୍ୟବହାର କରିଲା ବେଳେ ପାଳନ କରିବା ପାଇଁ ଆମେ କହିଥାଉ।

ଏହା କୌଣସି କ୍ଲାନ୍ତକାରୀ ତାଲିକା ନୁହେଁ, ଯାହା ଆପଣ କରିପାରିବେ ନାହିଁ। ବରଂ, ଏହାକୁ ଏପରି ମନେ କରନ୍ତୁ ଯେ ଏହାକୁ କେଉଁ ଭାବରେ ବ୍ୟବହାର କରାଯିବ ଉଚିତ - ଏକ ପଥପ୍ରଦର୍ଶକ ଯାହା ଅନ୍ୟ ମାନଙ୍କୁ ଶିକ୍ଷା ଦେବା ପାଇଁ ସହଜ କରିବା ପାଇଁ।

  • ବିଚାରଶୀଳ ହୁଅନ୍ତୁ।ଆପଣଙ୍କ କାମ ଅନ୍ୟ ମାନଙ୍କ ଦ୍ୱାରା ବ୍ୟବହୃତ ହେବ ଏବଂ ଆପଣ ଅନ୍ୟମାନଙ୍କ କାମ ଉପରେ ନିର୍ଭରଶୀଳ ରହିବେ। ଆପଣ କୌଣସି ନିର୍ଣ୍ଣୟ ନେଲେ ତାହା ଉପଭୋକ୍ତା ଏବଂ ସହଯୋଗୀମାନଙ୍କୁ ପ୍ରଭାବିତ କରିବ ଏବଂ ଆପଣ ନିର୍ଣ୍ଣୟ ନେଲାବେଳେ ସେହି ପ୍ରଭାବଗୁଡ଼ିକୁ ବିଚାରକୁ ନେବା ଉଚିତ।

  • ସମ୍ମାନପୂର୍ଣ୍ଣ ହୁଅନ୍ତୁ। ଆମେ ସମସ୍ତେ ସବୁବେଳେ ସମ୍ମତି ନ ହୋଇପାରୁ, କିନ୍ତୁ ଅସହମ୍ମତି ଖରାପ ବ୍ୟବହାର ଓ ଖରାପ ଆଚରଣ ପାଇଁ କୌଣସି ବାହାନା ନୁହେଁ। ଆମେ ହୋଇ ପାରେ କେଭେକେଭେ ବିରକ୍ତ ହୋଇ ଯାଉ, କିନ୍ତୁ ଆମେ ସେହି ବିରକ୍ତିକୁ ବ୍ୟକ୍ତିଗତ ଆକ୍ରମଣ ହେବାକୁ ଦେଇ ପରିବା ନାହିଁ। ଏହା ମାନେ ରଖିବା ଉଚିତ ଯେ ଯେଉଁ ଗୋଷ୍ଠିରେ ଲୋକମାନେ ଅସହଜତା ଏବଂ ଆତଙ୍କିତ ଥାନ୍ତି ସେହି ଗୋଷ୍ଠି କାର୍ଯ୍ୟଶୀଳ ନଥାଏ। ଫେଡ଼ୋରା ଗୋଷ୍ଠିର ସଦସ୍ୟମାନେ ସାହାଯ୍ୟକାରୀମାନଙ୍କ ସହ ଏବଂ ଫେଡ଼ୋରା ଗୋଷ୍ଠିର ବାହାରର ବ୍ୟକ୍ତିମାନଙ୍କ ସହ ଏବଂ ଫେଡ଼ୋରାର ଉପଭୋକ୍ତା ମାନଙ୍କ ସହ ସମ୍ମାନପୂର୍ଣ୍ଣ ରହିବ ଉଚିତ।

ଯେତେବେଳେ ଆମେ ଅସହମ୍ମତ ହେଉ, ସେତେବେଳେ ଆମେ ବୁଝିବାକୁ ଚେଷ୍ଟା କରୁ କାହିଁକି। ଅସହମ୍ମତି, ଉଭୟ ସାମାଜିକ ଏବଂ ବୈଷୟିକ, ସମସ୍ତ ସମୟରେ ହୁଏ ଏବଂ ଫେଡ଼ୋରା କୌଣସି ବ୍ୟତିକ୍ରମ ନୁହେଁ। ଏହା ଜରୁରୀ ଯେ ଆମେ ଅସହମ୍ମତି ଏବଂ ଭିନ୍ନ ମତମାନଙ୍କୁ ମିଳିମିଶି ଏବଂ ଗଠନମୂଳକ ଭାବେ ମେଣ୍ଟାଇବା।

ମନେରଖନ୍ତୁ ଆମ ଭିନ୍ନ। ଫେଡ଼ୋରାର ଶକ୍ତି ତାର ବିବିଧତାପୂର୍ଣ୍ଣ ଗୋଷ୍ଠି, ବିବିଧ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିଗଣ ମାନଙ୍କଠୁ ଆସେ। ଭିନ୍ନ ବ୍ୟକ୍ତିମାନଙ୍କର ସମସ୍ୟାମାନଙ୍କ ଉପରେ ଭିନ୍ନ ମତ ଅଛି। ଏହା ବୁଝିବାରେ ଅସମର୍ଥତ ହେବା ଯେ କୌଣସି ବ୍ୟକ୍ତି କାହିଁକି ଏକ ଦୃଷ୍ଟିକୋଣରୁ ଦେଖୁଛି, ମାନେ ଏହା ନୁହେଁ ଯେ ସେମାନେ ଭୁଲ ଅଟନ୍ତି। ଏହା ଭୁଲିବା ଉଚିତ ନୁହେଁ ଯେ ଅନ୍ୟକୁ ଦୋଷ ଦେବା ଦ୍ୱାରା ଆମେ କିଛି କରିପାରିବା ନାହିଁ ବରଂ ସମସ୍ୟାମାନଙ୍କୁ ମେଣ୍ଟାଇବା ପାଇଁ ଏବଂ ଭୁଲଗୁଡ଼ିକରୁ ଶିକ୍ଷା କରିବା ପାଇଁ ସାହାଯ୍ୟ ଦେବା ଉଚିତ।

ଯଦି ଆପଣ କୌଣସି ଘଟଣାର ସାକ୍ଷୀ ଅଟନ୍ତି ଯାହା ଆପଣଙ୍କ ମତରେ ଉକ୍ତ ଆଚରଣ ବିଧିର ଉଲଂଘନ, ତେବେ ଆପଣ ତାହାକୁ ଆଚରଣ ବିଧି ରିପୋଜିଟୋରୀ ରେ ଏକ ବ୍ୟକ୍ତିଗତ ଟିକେଟ ଖୋଲି ଅଭିଯୋଗ କରିପାରିବେ। ଆପଣଙ୍କ ଟିକେଟରେ ଘଟଣାର ବିବରଣୀ ଏବଂ ଅନ୍ୟାନ୍ୟ ସହାୟକ ତଥ୍ୟ ରହିବା ଉଚିତ। ଏହି ଟିକେଟ ଫେଡ଼ୋରା ପ୍ରକଳ୍ପ ମୁଖ୍ୟ ଏବଂ ଫେଡ଼ୋରା ଗୋଷ୍ଠି କାର୍ୟ୍ଯ ଏବଂ ସଂଘାତ ସମନ୍ୱୟକାରୀ ମାନଙ୍କ ସହ ଫେଡ଼ୋରା ପରିଷଦ ଏବଂ ଫେଡ଼ୋରା/ରେଡ଼ ହ୍ୟାଟର ଆଇନ ଦଳ ମାନଙ୍କ ଦ୍ୱାରା ପରିଚାଳିତ ହେବ।

ଯଦି ଆପଣଙ୍କର ଏହି ଆଚରଣ ବିଧି ନିୟମଗୁଡ଼ିକ ଉପରେ କୌଣସି ପ୍ରଶ୍ନ କିମ୍ବା ମତ ଅଛି, ତେବେ ଆପଣ ଫେଡ଼ୋରା ପରିଷଦ ରିପୋଜିଟୋରୀ ରେ ଏକ ଟିକେଟ ଖୋଲନ୍ତୁ।